୧୮ ଦିନ ଯୁଦ୍ଧରେ ଦ୍ରୌପଦୀଙ୍କ ବୟସ ଯେମିତି ୮0 ବର୍ଷ ଭଳି ଲାଗୁଥିଲା, ଶାରୀରିକ ରୂପରେ ଓ ମାନସିକ ରୂପରେ ବି।

 _____ *ପ୍ରତିହିଂସା*_____



Pratihinsa

 ୧୮ ଦିନ ଯୁଦ୍ଧରେ ଦ୍ରୌପଦୀଙ୍କ ବୟସ ଯେମିତି ୮0 ବର୍ଷ ଭଳି ଲାଗୁଥିଲା, ଶାରୀରିକ ରୂପରେ ଓ ମାନସିକ ରୂପରେ ବି।

ହସ୍ତିନାପୁର ର ଚାରିଆଡେ ବିଧବା ମାନଙ୍କର କ୍ରନ୍ଦନସ୍ୱର ସାଙ୍ଗକୁ ଶ୍ବାନଶୃଗାଳ ମାନଙ୍କର ବିକଟାଳ ରଡି ଦ୍ରୌପଦୀ ଙ୍କୁ ସ୍ଥାଣୁ କରି ଦେଇଥିଲା। ନଗର ର ଚାରିଆଡେ ପୁରୁଷଶୂନ୍ୟ। ଅନାଥ ପିଲାମାନେ ଯାହା ବୁଲାବୁଲି କରିବାର ଦେଖା ଯାଉଥିଲା। ଦ୍ରୌପଦୀ ନୀରବ, ନିଶ୍ଚଳ ରେ ବସି ଯାହା ଖାଲି ଶୂନ୍ୟ କୁ ଅନାଇଥାନ୍ତି।

ଠିକ୍ ସେହି ସମୟରେ........କୃ

ଷ୍ଣ ଆସି ଦ୍ରୌପଦୀ ଙ୍କ ଉଆସ ରେ ପହଂଚି ଗଲେ। କୃଷ୍ଣ ଙ୍କୁ ଦେଖିଦେଇ ଦ୍ରୌପଦୀ କୁଣ୍ଡାଇ ପକେଇ କାନ୍ଦିବାକୁ ଲାଗିଲେ.......

ଦ୍ରୌପଦୀ :---- ଇଏ କ'ଣ ହେଲା ସଖା ?  ମୁଁ ତ ଏପରି ହେବ ବୋଲି କେବେ ଚିନ୍ତା କରି ନଥିଲି।

କୃଷ୍ଣ :--- ନିୟତି ବହୁତ କ୍ରୁର ପାଂଚାଳି....ସେ ଆମେ ଯାହା ଚିନ୍ତା କରିବା ତାହାର ଅନୁରୂପରେ ଚାଲେ ନାହିଁ । ସେ ଆମର କର୍ମ କୁ ପରିଣାମ ରେ ବଦଳାଇ ଦିଏ।

       ତମେ ପ୍ରତିଶୋଧ ନେବାକୁ ଚାହୁଁଥିଲ ଓ ସେଥିରେ ତମେ ସଫଳ ହେଲ। ତୁମର ପ୍ରତିଶୋଧ ପୁରା ହେଲା। ଖାଲି ଦୁର୍ୟୋଧନ ଓ ଦୁଃଶାସନ ନୁହଁନ୍ତି, ପୁରା କୌରବ ବଂଶ ସମାପ୍ତ ହୋଇ ଗଲା। ତମେ ତ ପ୍ରସନ୍ନ ହେବା କଥା ଦ୍ରୌପଦୀ।

ଦ୍ରୌପଦୀ :-- ସଖା ତମେ ମୋ ଘା ରେ ମଲମ ଲାଗେଇବାକୁ ଆସିଛ ନା...ଲୁଣ ଛିଞ୍ଚିବାକୁ ଆସିଛ !?

କୃଷ୍ଣ :-- ନା ଦ୍ରୌପଦୀ, ମୁଁ ତ ତୁମକୁ ବାସ୍ତବକତା କୁ ଅବଗତ କରେଇବାକୁ ଆସିଛି। ଆମର କର୍ମର ପରିଣାମ  ଆମକୁ ବହୁଦୂର ପର୍ଯ୍ୟନ୍ତ ଦେଖା ଯାଏ ନାହିଁ,, ଆଉ ଯେତେବେଳେ ଆମକୁ ଦେଖା ଦିଏ  ସେତେବେଳେ ଆମ ହାତରେ ଆଉ କିଛି ରହି ନଥାଏ।

ଦ୍ରୌପଦୀ:--- ତା'ହେଲେ କ'ଣ ଏ ଯୁଦ୍ଧ ପାଇଁ ମୁଁ ସମ୍ପୂର୍ଣ୍ଣ ରୂପେ ଦାୟୀ କୃଷ୍ଣ ??

କୃଷ୍ଣ :-- *ନା ଦ୍ରୌପଦୀ । ତମେ ନିଜକୁ ଏତେ ମହତ୍ତ୍ୱପୁର୍ଣ ଭାବନି*।

କିନ୍ତୁ.....ତମେ ତୁମ କର୍ମରେ ସାମାନ୍ୟ ଅଳ୍ପ ଦୁରଦର୍ଶିତା ଦେଖାଇଥିଲେ, ଆଜି ତମେ ଏତେ କଷ୍ଟ ପାଉ ନ ଥାନ୍ତ ପାଂଚାଳି।

ଦ୍ରୌପଦୀ :--- ମୁଁ କଅଣ କରିପାରି ଥାନ୍ତି କୃଷ୍ଣ ???

କୃଷ୍ଣ :-- ତମେ ବହୁତ କିଛି କରି ପାରି ଥାନ୍ତ ଦ୍ରୌପଦୀ।

;; ଯେବେ ତୁମର ସ୍ୱୟଂବର ହେଲା..... ସେହି ସମୟରେ ତୁମେ କର୍ଣ୍ଣ ଙ୍କୁ ଅପମାନିତ କରି ନଥିଲେ ଏବଂ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଅନୁମତି ଦେଇଥିଲେ,, ବୋଧହୁଏ ପରିଣାମ ଆଉ କିଛି ହୋଇ ଥା'ନ୍ତା।

ତା'ପରେ 

;; ଯେବେ କୁନ୍ତୀ ତୁମକୁ ପାଞ୍ଚ ପତି ଙ୍କର ପତ୍ନୀ ହେବା ପାଇଁ  ଆଦେଶ ଦେଲେ, ସେତେବେଳେ ତୁମେ ଯଦି ସେ ଆଦେଶ କୁ ସ୍ୱୀକାର କରି ନ ଥାନ୍ତ,,, ପରିଣାମ ଆଉ କିଛି ହୋଇ ଥାଆନ୍ତା।

ଏବଂ..

ତା'ପରେ..

ତମେ ତୁମ ମହଲରେ ଦୁର୍ଯୋଧନ ଙ୍କୁ ଅପମାନିତ କଲ... କି ଅନ୍ଧ ର ପୁତ୍ର ଅନ୍ଧ ବୋଲି କହିଲ। ସେ କଥା କହି ନଥିଲେ ତୁମର ବସ୍ତ୍ର ହରଣ ହୋଇ ନଥାନ୍ତା। ତେବେ ବୋଧହୁଏ ପରିସ୍ଥିତି ଆଉ କିଛି ହୋଇଥାନ୍ତା।

  ଆଉ ହଁ, *ଆମର ଶବ୍ଦ ଆମର କର୍ମ ହୋଇଥାଏ ଦ୍ରୌପଦୀ* । ଆଉ ଆମକୁ ପ୍ରତି ଶବ୍ଦ କହିବା ପୂର୍ବରୁ ଭାବି ଚିନ୍ତି କହିବାକୁ ହୋଇ ଥାଏ। ଅନ୍ୟଥା ତାହାର ଦୁଷ୍ପରିଣାମ। କେବଳ ନିଜକୁ ନୁହେଁ, ପୁରା ପରିବେଶ କୁ ଦୁଃଖୀ କରି ଦେଇ ଥାଏ।

*ସଂସାରରେ ମନୁଷ୍ୟ ଏକ ମାତ୍ର ପ୍ରାଣୀ, ଯାହାର ବିଷ ତାହାର ଦାନ୍ତ ରେ ନୁହେଁ.... ଶବ୍ଦ ରେ ଥାଏ।*

 ଏଥିପାଇଁ ଶବ୍ଦର ପ୍ରୟୋଗ ଭାବି ଚିନ୍ତି କରିବା ଉଚିତ୍। ଏପରି ଶବ୍ଦ ପ୍ରୟୋଗ କର, ଯାହା କାହାର ଭାବନା କୁ କୁଠାର ଘାତ ନ କରୁ। କେହି ପ୍ରତିହିଂସା ପରାୟଣ ନହେଉ, *କାହିଁକି ନା ମହାଭାରତ ଆମ ଭିତରେ ଲୁଚି କି ଅଛି। କେବଳ ଶବ୍ଦର ଅପେକ୍ଷା*। 

*ଜୟ ଶ୍ରୀକୃଷ୍ଣ।*👏👏

Mahabharat








Share This

0 Comments:

Please do not enter any spam link in the comment box