Showing posts with label ଜାଣିବା କଥା. Show all posts
Showing posts with label ଜାଣିବା କଥା. Show all posts
ମନରେ ଉଙ୍କି ମାରୁଥିବା କିଛି ଉତ୍ତର ଯାହା ଆପଣ ଖିଜୁଥିଲେ

ମନରେ ଉଙ୍କି ମାରୁଥିବା କିଛି ଉତ୍ତର ଯାହା ଆପଣ ଖିଜୁଥିଲେ


ଜଣେ ଗୃହିଣୀଙ୍କ ସମ୍ମୁଖରେ ୧୦ ମିନିଟ୍ ପାଇଁ ବସନ୍ତୁ -*

 ୧। ଆପଣ ଅନୁଭବ କରିବେ ଯେ ଜୀବନ ଅତ୍ୟନ୍ତ କଷ୍ଟକର |


 *ମଦ୍ୟପଙ୍କ ସମ୍ମୁଖରେ ୧୦ ପାଇଁ ବସନ୍ତୁ -*

 ୨। ଆପଣ ଅନୁଭବ କରିବେ ଯେ ଜୀବନ ଅତି ସହଜ ଅଟେ |


 *ସାଧୁ ଏବଂ ସନ୍ୟାସୀ  ସମ୍ମୁଖରେ ୧୦ ମିନିଟ୍ ପାଇଁ ବସନ୍ତୁ -* 

୩। ଆପଣ ଦାନରେ ସବୁକିଛି ଉପହାର ଦେବା ପରି ଅନୁଭବ କରିବେ |


 *ଜଣେ ନେତାଙ୍କ ସମ୍ମୁଖରେ ୧୦ ମିନିଟ୍ ପାଇଁ ବସନ୍ତୁ -*

 ୪। ଆପଣ ଅନୁଭବ କରିବେ ଯେ ଆପଣଙ୍କର ସମସ୍ତ ଅଧ୍ୟୟନ ଅଦରକାରୀ |


 *ଜୀବନ ବୀମା ଏଜେଣ୍ଟ ସମ୍ମୁଖରେ ୧୦ ମିନିଟ୍ ପାଇଁ ବସନ୍ତୁ -* 

୫। ଆପଣ ଅନୁଭବ କରିବେ ଯେ ମରିବା ଭଲ |


 *ବ୍ୟବସାୟୀମାନଙ୍କ ସମ୍ମୁଖରେ ୧୦ ମିନିଟ୍ ପାଇଁ ବସନ୍ତୁ -* 

୬। ଆପଣ ଅନୁଭବ କରିବେ ଯେ ଆପଣଙ୍କର ରୋଜଗାର ବହୁତ କମ୍ ଅଟେ |


 *ବୈଜ୍ଞାନିକମାନଙ୍କ ସମ୍ମୁଖରେ ୧୦ ମିନିଟ୍ ପାଇଁ ବସନ୍ତୁ -* 

୭। ଆପଣ ନିଜ ଅଜ୍ଞତାର ବିରାଟତା ଅନୁଭବ କରିବେ |


 *ଭଲ ଶିକ୍ଷକମାନଙ୍କ ସମ୍ମୁଖରେ ୧୦ ମିନିଟ୍ ପାଇଁ ବସନ୍ତୁ -* 

୮। ଆପଣ ପୁନର୍ବାର ଛାତ୍ର ହେବାକୁ ଇଚ୍ଛା କରିବେ |


 *ଜଣେ କୃଷକ କିମ୍ବା ଶ୍ରମିକଙ୍କ ସମ୍ମୁଖରେ ୧୦ ମିନିଟ୍ ପାଇଁ ବସନ୍ତୁ -*

 ୯। ଆପଣ ଅନୁଭବ କରିବେ ଯେ ଆପଣ ଯଥେଷ୍ଟ ପରିଶ୍ରମ କରୁନାହାଁନ୍ତି |


 *ଜଣେ ସୈନିକଙ୍କ ସମ୍ମୁଖରେ ୧୦ ମିନିଟ୍ ପାଇଁ ବସନ୍ତୁ -* 

୧୦। ଆପଣ ନିଜର ସେବା ଏବଂ ବଳିଦାନଗୁଡିକ ଅମୂଳକ ବୋଲି ଅନୁଭବ କରିବେ |


 *ଜଣେ ଭଲ ବନ୍ଧୁଙ୍କ ସମ୍ମୁଖରେ ୧୦ ମିନିଟ୍ ପାଇଁ ବସନ୍ତୁ -* 

୧୧। ଆପଣ ଅନୁଭବ କରିବେ ଯେ ଆପଣଙ୍କର ଜୀବନ ସ୍ୱର୍ଗ ଅଟେ!

ଅନ୍ନ ଘେନି ମନ

ଅନ୍ନ ଘେନି ମନ

 

Odia story

ଅନ୍ନ ଘେନି ମନ

ଆଜିଆସନ୍ତୁ ଶୁଣିବା  ମହାଭାରତର ଗୋଟିଏ କାହାଣୀ । ଅଠର ଦିନର ଯୁଦ୍ଧର ପରିସମାପ୍ତି ଘଟିଛି । କୌରବ ପକ୍ଷର ସମସ୍ତେ ପ୍ରାୟ ମୃତ୍ୟୁ ଲୋକକୁ ଯାଇସାରିଛନ୍ତି । ଯୁଦ୍ଧ କ୍ଷେତ୍ର ସଂପୂର୍ଣ୍ଣ ରକ୍ତ ରଞ୍ଜିତ । ପାଣ୍ଡବମାନେ ଯୁଦ୍ଧରେ ବିଜୟ ପ୍ରାପ୍ତ କରିଛନ୍ତି । ପାଣ୍ଡବମାନେ ସିନା ବିଜୟ ଲାଭ କଲେ ହେଲେ ତାଙ୍କର କଣ କିଛି କ୍ଷତି ହେଇନି ? ହଁ .... ବହୁତ କିଛି କ୍ଷତି ହେଇଛି । ସେମାନେ ଅନେକ ନିଜ ଲୋକଙ୍କୁ ହରେଇଛନ୍ତି। ଭୀମ, ଅର୍ଜୁନ ସେମାନଙ୍କର ପୁତ୍ରମାନଙ୍କୁ ହରେଇଛନ୍ତି । ଦ୍ରୌପଦୀ ନିଜର ପାଞ୍ଚ ପୁତ୍ରଙ୍କୁ ହରେଇଛନ୍ତି । ଅବସ୍ଥା ଏପରି ହେଇଯାଇଥିଲା କି ଏତେ ବଡ ବଂଶର ଉତ୍ତରାଧିକାରୀ ମରୁ ମରୁ ଅଳ୍ପକେ ବଞ୍ଚି ଗଲା । ନହେଲେ ଏମାନଙ୍କ ପିଣ୍ଡ ପାଣି ବି ବୁଡି ଯାଇଥାନ୍ତା । ଛାଡ ସେ କଥା, କୌରବ ପକ୍ଷରୁ ଏ ଯାଏ ପିତାମହ ଭୀଷ୍ମ ବଞ୍ଚି ରହିଥିଲେ । ମଧ୍ୟମ ପାଣ୍ଡବ ଅର୍ଜୁନଙ୍କ ପ୍ରସ୍ତୁତ ଶରଶଯ୍ୟାରେ ଶୋଇ ରହି ପ୍ରାଣ ଛାଡିବା ପାଇଁ ସେ ଉପଯୁକ୍ତ ସମୟକୁ ଅପେକ୍ଷା କରିଥିଲେ । ଅପେକ୍ଷା ଥିଲା ସୂର୍ଯ୍ୟଙ୍କ ଉତ୍ତରାୟଣ ଗତିକୁ । ଏଇ ସମୟରେ ଭଗବାନ ଶ୍ରୀକୃଷ୍ଟ ପାଣ୍ଡବମାନଙ୍କୁ ପ୍ରେରିତ କଲେ କି  ପିତାମହଙ୍କ ପ୍ରାଣ ଯିବା ଆଗରୁ ତୁମେମାନେ ତାଙ୍କ ଠାରୁ ସବୁତକ ନୀତି ଶିକ୍ଷା ଗ୍ରହଣ କର । 

ଶ୍ରୀକୃଷ୍ଣଙ୍କ ଉପଦେଶ ମାନି ପାଣ୍ଡବମାନେ ଭୀଷ୍ମଙ୍କ ପାଖକୁ ଯାଇ ତାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ନିଜ ନିଜ ଜ୍ଞାନକୁ ବିସ୍ତାରିବାରେ ଲାଗି ଗଲେ  । ତାଙ୍କର ଏ ଜ୍ଞାନ ଦର୍ଶନ ବଡ ଅମୂଲ୍ୟ ଥିଲା । ହେଲେ ଏଇ ସମୟରେ ଭୀଷ୍ମ ଲକ୍ଷ୍ୟ କଲେ ତାଙ୍କର ଏ ଜ୍ଞାନ ଚର୍ଚ୍ଚା  ସମୟରେ କୁଳବଧୂ ଦ୍ରୌପଦୀ କିଛି ଦୂରରେ ଠିଆ ହେଇ ହସୁଛନ୍ତି । କଥାଟା ଭୀଷ୍ମଙ୍କୁ ଅଡୁଆ ଲାଗିଲା । ଏଠି ଏତେ ଗୁରୁଜନ ଥାଉ ଥାଉ ଉଚ୍ଚ କୁଳର ଝିଅ ତଥା ଉଚ୍ଚକୁଳର ବୋହୁ କିପରି ସର୍ବ ସମକ୍ଷରେ ହସି ପାରୁଛି ?

 ପିତାମହ ଦ୍ରୌପଦୀଙ୍କୁ ପାଖକୁ ଡାକିଲେ ଆଉ ତାଙ୍କୁ ଏ ବିଷୟରେ ପ୍ରଶ୍ନ କଲେ । ଏ ପ୍ରଶ୍ନରେ ଦ୍ରୌପଦୀ ଟିକେ ଗମ୍ଭୀର ହେଇ ପିତାମହଙ୍କୁ କ୍ଷମା ଭିକ୍ଷା କରି କହିଲେ-“ଯଦିଓ ମୋର ଏଠାରେ ହସିବା ଉଚିତ ନୁହେଁ, ତେବେ ବି ମୁଁ ଆପଣଙ୍କୁ ଏକ ପ୍ରଶ୍ନ କରିବାକୁ ଚାହୁଁଛି ?”

ପିତାମହ-“ପଚାର .... ମା’ ; ପଚାର .... ମୁଁ ମରିବା ଆଗରୁ ତୁମମାନଙ୍କର ସବୁ ପ୍ରଶ୍ନର ଉତ୍ତର ଦେଇ କି ହିଁ ମରିବି ।“

ଦ୍ରୌପଦୀ-“ପିତାମହ .... ଆପଣ ଏବେ ମୋ ସ୍ଵାମୀମାନଙ୍କୁ ଭଲ ଭଲ ନୀତି ଶିକ୍ଷା ପ୍ରଦାନ କରୁଛନ୍ତି .... ହେଲେ ସେ ଦିନ ଆପଣଙ୍କ ଏ ନୀତି କୁଆଡେ ଯାଇଥିଲା ଯେଉଁ ଦିନ ଏକ ରଜସ୍ଵଳା ନାରୀର କେଶ ଧରି ଭରାସଭାକୁ ଟାଣି ଟାଣି ଅଣା ଯାଇଥିଲା ? ଏ ନୀତି କେଉଁଠି ଥିଲା ଯେଉଁ ଦିନ ଆପଣଙ୍କ ପରି ଗୁରୁଜନଙ୍କ ସମ୍ମୁଖରେ ମୋର ବସ୍ତ୍ରହରଣ କରାଯାଇଥିଲା ? ଅଛି ଉତ୍ତର ଆପଣଙ୍କ ପାଖରେ ?”

ଦ୍ରୌପଦୀଙ୍କ ପ୍ରଶ୍ନ ଶୁଣି ସ୍ତବ୍ଧ ହେଇ ଯାଇଥିଲେ ସମସ୍ତେ । ସମସ୍ତେ ଜାଣିଥିଲେ ସାନମାନେ ବଡମାନଙ୍କର ଭୁଲକୁ ଦର୍ଶାଇବା ଉଚିତ ନୁହେଁ । ତେବେ ବି ଏ ପ୍ରଶ୍ନ ଦ୍ରୌପଦୀ ପଚାରିବାକୁ ସାହସ କରିଛନ୍ତି । 

ଏକ ଦୀର୍ଘ ଶ୍ଵାସ ଛାଡି ପିତାମହ ଉତ୍ତର ରଖିଲେ –“ମା’ ରେ ତୁମ ପ୍ରଶ୍ନ ଯଥାର୍ଥ । ସତ କହିବାକୁ ଗଲେ .... ସେଠି ଉପସ୍ଥିତ ସମସ୍ତଙ୍କର କିଛି ନା କିଛି ବାଧ୍ୟବାଧକତା ରହିଥିଲା, ଯାହା ଫଳରେ ତୁମ ସହ ଅନ୍ୟାୟକୁ ସହି ହେଉ ନଥିଲେ ମଧ୍ୟ ମୁହଁ ଖୋଲି କହି ପାରୁ ନଥିଲୁ । ତା ଛଡା ଆଉ ଗୋଟେ କାରଣ ଆମକୁ ଚୁପ ରହିବାକୁ ବାଧ୍ୟ କରିଥିଲା । ସେଇଟା ହେଲା ପାପ ଅନ୍ନ ।“

ଦ୍ରୌପଦୀ-“ପାପ ଅନ୍ନ ?”

ପିତାମହ-“ହଁ ... ପାପ ଅନ୍ନ । ଆମେ ସମସ୍ତେ ଦୁରାଚାରୀ ଦୁର୍ଯୋଧନର ପାପ ଅନ୍ନରେ ପ୍ରତିପାଳିତ ହେଉଥିଲୁ । ସେଇ ପାପ ଅନ୍ନରୁ  ଉତ୍ପନ୍ନ ରକ୍ତ ଆମକୁ ନୀତି ନିଷ୍ଠ ମାର୍ଗରୁ ଦୂରେଇ ରଖିଥିଲା । ଯାହା ଫଳରେ ଆମେ ଅନ୍ୟାୟକୁ ସହଜରେ ବରଦାସ୍ତ କରି ଯାଇଥିଲୁ ।“

ଦ୍ରୌପଦୀ-“ହେଲେ ଆଜି କଣ ଆପଣଙ୍କ ଦେହରେ ସେ ପାପ ରକ୍ତ ପ୍ରବାହିତ ହେଉ ନାହିଁ ?”

ପିତାମହ-“ନା ରେ ମା’ ତୁମ ସ୍ଵାମୀ ଅର୍ଜୁନର ଶରାଘାତରେ ସେ ପାପ ରକ୍ତ ସବୁ ବହି ଯାଇଛି ଆଉ ତା’ ଶର ଦ୍ଵାରା ସୃଷ୍ଟ ମା’ ଗଙ୍ଗାଙ୍କର ପାଣି ପିଇ ମୋ ରକ୍ତ ସବୁ ପୂଣ୍ୟରକ୍ତରେ ପରିଣତ ହେଇ ସାରିଛି । ଯାହାପାଇଁ ତୁମକୁ ଏତେ ଭଲ ଭଲ ଉପଦେଶ ଦେଇ ପାରୁଛି । ମନେ  ରଖିବୁ ମା’ ମଣିଷର ଚିନ୍ତା ଚେତନା ସବୁ ନିଜ ଗ୍ରହଣ କରୁଥିବା ଖାଦ୍ୟ ଉପରେ ନିର୍ଭର କରେ । ଯଦି ଜଣେ ପାପ ଅନ୍ନ ଭୋଜନ କରେ ତେବେ ସେ ନିଶ୍ଚୟ ପାପାଶକ୍ତ ହେଇ ପଡିବ । ତେଣୁ ସେଇଥି ପାଇଁ ଶାସ୍ତ୍ର କହିଛି ସବୁବେଳେ ସତ ଅର୍ଥ ଉପାର୍ଜନ କରି ସତ ଅନ୍ନ ଭୋଜନ କରିବ କାହିଁକି ନା ଅନ୍ନ ଘେନି ମନ । “   

ଶ୍ରୀକ୍ଷେତ୍ର ପୁରୀର ରଥଯାତ୍ରା ଗଞ୍ଜାମ ରେ ଅନୁଷ୍ଠିତ ହୋଇଥିଲା

ଶ୍ରୀକ୍ଷେତ୍ର ପୁରୀର ରଥଯାତ୍ରା ଗଞ୍ଜାମ ରେ ଅନୁଷ୍ଠିତ ହୋଇଥିଲା


ଶରଣ ଶ୍ରୀକ୍ଷେତ୍ର ମାରଦା


**ଶ୍ରୀକ୍ଷେତ୍ର ପୁରୀ ‌ର ରଥଯାତ୍ରା ଗଞ୍ଜାମ ରେ ଅନୁଷ୍ଠିତ ହୋଇଥିଲା**

.. ଇତିହାସ ରୁ ଜଣାଯାଏ, ବିଭିନ୍ନ ସମୟରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀମନ୍ଦିର ଉପରେ ଯବନ ଆକ୍ରମଣ ଯୋଗୁଁ 425 ବର୍ଷ ମଧ୍ୟରେ ପୁରୀ ରେ 32 ଥର ରଥଯାତ୍ରା ବନ୍ଦ ହୋଇଥିଲା, କିନ୍ତୁ ଏହି ଅବଧି ମଧ୍ୟରେ ଶ୍ରୀ ଜଗନ୍ନାଥ
ମାରଦା ର ଚକା ପଥର ଜଉଠି ଶ୍ରୀ ଜଗନ୍ନାଥ ବିରଜ ମାନ କରିଥିଲେ


ମରଦା ମନ୍ଦିର


ବଳଭଦ୍ର ସୁଭଦ୍ରା ସୁଦର୍ଶନ 1733 ରୁ 1736 ଯାଏଁ ଗଞ୍ଜାମ କୋଦଳା ଆଠଗଡ଼ ଜମିଦାରୀ ର ମାରଦା ନାମକ ମନ୍ଦିରରେ ଆଶ୍ରୟ ଗ୍ରହଣ କରିଥିଲେ, ଏଣୁ ଏଠାରେ 1734,1735, ମସିହାରେ ପୁରୀ ଭଳି ରଥଯାତ୍ରା ଅନୁଷ୍ଠିତ ହୋଇଥିଲା, ସେତେବେଳେ ତକିଖାନ୍ ନାମକ ମୁସଲମାନ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲା, ଏଣୁ ରାଜା ଶ୍ରୀ ରାମଚନ୍ଦ୍ର ଦେବ ଦ୍ଵିତୀୟ ଶ୍ରୀବିଗ୍ରହମାନଙ୍କୁ ସ୍ଥାନାନ୍ତରିତ କରି ଗଂଜାମ ଜିଲ୍ଲାର ଆଠଗଡ଼ ଜମିଦାରୀ ର ମାରଦା ନାମକ ମନ୍ଦିରରେ ରଖିଥିଲେ, ଆଠଗଡ଼ ରାଜା ଶ୍ରୀ ଜଗନ୍ନାଥ ହରିଚନ୍ଦନ ଏହି ସାହସିକ କାର୍ଯ୍ଯ କରିଥିଲେ, ଅବଶ୍ୟ ଏଥିପୂର୍ବରୁ ଶ୍ରୀବିଗ୍ରହମାନଙ୍କୁ ଖଲିକୋଟ ଚିଲିକା କୂଳରେ ଚିକିଲି ନାମକ ଗ୍ରାମରେ ଆଶ୍ରୟ ଦିଆଯାଇଥିଲା, ଏଣୁ ଆଜିସୁଦ୍ଧା ଗଞ୍ଜାମ ଆଠଗଡ଼ କୁ ଶରଣ ଶ୍ରୀକ୍ଷେତ୍ର, ଖଲିକୋଟ କୁ ଶରଣ ଧରଣୀ କୁହାଯାଏ।ଆଜି ମଧ୍ୟ ପ୍ରତି ଏକାଦଶୀ ଦିନ ଶ୍ରୀମନ୍ଦିରର ଚୂଡାରେ ମହାଦୀପ ବୋଲି ରେ ଗଞ୍ଜାମ ଆଠଗଡ଼ ରାଜା ଙ୍କୁ ସ୍ମରଣ କରାଯାଏ।

ମାରଦା ସମ୍ପର୍କରେ ଓଡ଼ିଆ ,ପାର୍ସୀ ଭାଷାର ସତ୍ୱ ଲିପି

ଖାଲିକୋଟ ଗ୍ରାମର ଚିକିଲି ର ଚକାଦିଅ  ,jauthi ଜଗନ୍ନାଥ ରହୁଥିଲେ

ଚିକିଲି ର ଚକା ଦିଅ